Odisha Link
Bridging the Missing Links in Odisha

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର : ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଦିଆଯିବ ଟିକା । ଏହା ବିଏମସି କମିଶନର ସୂଚନା ଦେଇଛନ୍ତି । ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ।

୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି ଘରୋଇ ହସ୍ପିଟାଲରେ ଟିକା ଦେବା ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି।

କମିଶନର କହିଛନ୍ତି ଯେ, ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ମାତ୍ର ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ୍ ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ ।

ଆସନ୍ତା ମାର୍ଚ୍ଚ ମାସ ୧ ତାରିଖଠାରୁ ସରକାରୀ ହସ୍ପିଟାଲରେ ଓ ମଙ୍ଗଳବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ । ଏଥିସହ ରବିବାର ସୁଦ୍ଧା ଟିକା ମୂଲ୍ୟ ନେଇ ସୂଚନା ମିଳିବ । ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ମିଳିବ ବୋଲି କମିଶନର ସୂଚନା ଦେଇଛନ୍ତି ।

Comments are closed.