Odisha Link
Bridging the Missing Links in Odisha

ରାଜ୍ୟରେ ଖୋଲାଯିବ ୩୦ଟି ସାଇନ୍ସ ପାର୍କ

ଭୁବନେଶ୍ୱର: ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବା। ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଏହାସହ ଭୁବନେଶ୍ୱର ଗୋଟିଏ ସାଇନ୍ସ ପାର୍କ ରହିଛି।

ଏହାସହ ୪ଟି ସ୍ଥାନରେ ସାଇନ୍ସ ପାର୍କ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ କରିଛନ୍ତି। ରାଜ୍ୟର ବାରିପଦା, କେନ୍ଦୁଝର ,ଗୋପାଳପୁର ଓ ରାୟଗଡା ଠାରେ ସାଇନ୍ସ ପାର୍କ ହେବ।

ଏହାସହ ରାଉରକେଲା ଏବଂ ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ।

Comments are closed.