Odisha Link
Bridging the Missing Links in Odisha

ବସ୍ ଧକ୍କାରେ ଜଣେ ମୃତ, ୩ ଗୁରୁତର

କଟକ: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରକାଶ ଯେ, ଆଜି ସକାଳେ ରତିରାଉତ ପାଟଣା ଦେଇ ଏକ ବସ ଯାଉଥିଲା। ଏହି ସମୟରେ ବସଟି ଏକ ଅଟୋକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଏହାସହ ଅଟୋରେ ବସିଥିବା ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥରେ ପହଁଚି ତଦନ୍ତ ଆରମ୍ଭ କରିଛି।

Comments are closed.