Odisha Link
Bridging the Missing Links in Odisha

ଟିକା ପାଇଁ ଅଫଲାଇନରେ ହୋଇପାରିବ ପଞ୍ଜୀକରଣ

ଭୁବନେଶ୍ୱର:ଟିକାକରଣ ପାଇଁ କୋୱିନ ଆପରେ ସମସ୍ୟା ଥିଲେ ଅଫଲାଇନରେ ପଞ୍ଜିକରଣ ହୋଇପାରିବ।ଲୋକମାନେ ଅଫଲାଇନରେ ପଞ୍ଜୀକରଣ କରି କରୋନା ଟିକା ନେଇପାରିବେ ।

ଏନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନାଗରିକ ଯେପରି ସମସ୍ୟା ନଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋୱିନ ପୋର୍ଟାଲ କାର୍ଯ୍ୟକାରୀ ପରେ ଡାଟା ଅପଲୋଡ ହେବା ଜରୁରୀ। ଆଜି ଅନଲାଇନରେ ପଞ୍ଜୀକରଣ ବେଳେ ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି।

Comments are closed.