Odisha Link
Bridging the Missing Links in Odisha

୬୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି। ବର୍ତ୍ତମାନ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଆଦର୍ଶ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି ।

ପୁଲିସ ବ୍ରାଉନ ସୁଗାର କାରବାର ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବାଇପାସର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଚଢଉ କରିଥିଲା। ଚଢଉ ବେଳେ ୬୫୪ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି।

ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ୯୫ହଜାର ଟଙ୍କା , ଏକ କାର ୬ ମୋବାଇଲ ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Comments are closed.