Odisha Link
Bridging the Missing Links in Odisha

ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବାପା-ପୁଅ। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛି। ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପା-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ପୂର୍ବରୁ ଦୁଇ ବାପା-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମଧ୍ୟ ଜାମିନ୍ ପ୍ରଦାନ କରିଥିଲା। ଆଇଏଫ୍ଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ବିରୋଧରେ ଠକେଇ ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ଗିରଫ କରାଯାଇଥିଲା।

ଏହାପରେ ସେମାନେ ଗିରଫ ହୋଇ ଜେଲରେ ଥିଲେ। ଏହାପରେ ଦୀର୍ଘ ୬୦ ଦିନ ପରେ ବି ପୋଲିସ ଏନେଇ ଚାର୍ଜସିଟ୍ ଦେଇପାରିନଥିଲା। ଏହାପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲା।

ଏହି ସମୟରେ ତାଙ୍କ ବିରୋଧରେ ଅନ୍ୟ ମାମଲା ଥିବାରୁ ସେମାନେ ଜେଲରେ ରହିଥିଲେ। ଏବେ ତାଙ୍କୁ ହାଇକୋର୍ଟ ମଧ୍ୟ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି।

Comments are closed.