Odisha Link
Bridging the Missing Links in Odisha

ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ ଗୁରୁତର

ବାଲେଶ୍ଵର: ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ ଗୁରୁତର। ଏହି ଘଟଣାଟି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ଗିଲାଜୁଡି ଗ୍ରାମରେ ଘଟିଥିଲା। ଗିଲାଜୁଡି ଗ୍ରାମରେ ମା ଭଗବତୀଙ୍କ ପୂଜା ହୋଇଥିଲା ।

ଏହି ଅବସରରେ ପ୍ରାୟ ୧୫ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ମନ୍ଦିର ଆଖପାଖ ଗ୍ରାମରେ ସମସ୍ତ ଲୋକେ ପ୍ରସାଦ ସେବନ କରିଥିଲେ। ପ୍ରଥମେ ଗ୍ରାମର କିଛି ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା ।

ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ମାନଙ୍କୁ ପ୍ରଥମେ ପାଉଁଶକୁଲି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

Comments are closed.