Odisha Link
Bridging the Missing Links in Odisha

କମିବ ସରକାରୀ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ: କର୍ମଚାରୀମାନଙ୍କ ଦରମାକୁ ନେଇ କେନ୍ଦ୍ର ସରକାରଙ୍କର ବଡ଼ ନିଷ୍ପତ୍ତି। ସରକାରଙ୍କ ନୂଆ ନିୟମ ବର୍ତ୍ତମାନ ସାଧାରଣ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ସରକାରଙ୍କ ନୂଆ ନିୟମ ଅନୁସାରେ କର୍ମଚାରୀମାନଙ୍କର ଦରମା ହ୍ରାସ ପାଇବାର ସମ୍ଭାବନା ରହିଛି ।

ଆସନ୍ତା ଏପ୍ରିଲ ମାସଠାରୁ କର୍ମଚାରୀଙ୍କର ପିଏଫ, ଗ୍ରାଚୁଇଟି ଆଦିରେ ପରିବର୍ତ୍ତନ ହୋଇପାରେ। ପିଏଫ ବୃଦ୍ଧି ପାଇବା ଦ୍ୱାରା ହାତକୁ ଦରମା କମ ଆସିବ । ଏନେଇ ସଂସଦରେ ମଜଦୁରୀ ସଂହିତା ବିଧେୟକ ବିଲ ପାସ ହୋଇଛି।

ଏଣିକି ଭତ୍ତା ମୋଟ ବେତନର ୫୦ ପ୍ରତିଶତ ହେବ। ଅର୍ଥାତ ଏପ୍ରିଲରୁ ମୂଳ ବେତନ ସମୁଦାୟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ। ଏପରି ହେଲେ କର୍ମଚାରୀ କମ ଦରମା ପାଇବେ।

ଦୀର୍ଘ ୭୩ ବର୍ଷ ପରେ ସରକାର ଶ୍ରମ ଆଇନକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ଆଇନ କାର୍ଯ୍ୟକାରୀ ହେଲେ ତାହାର ଲାଭ କର୍ମଚାରୀଙ୍କୁ ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Comments are closed.