Odisha Link
Bridging the Missing Links in Odisha

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ କରୋନା

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ କରୋନା। କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ନେଇ ଦିଲୀପ ରାୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଟୁଇଟ୍‌ କରି ଦିଲୀପ ରାୟ ଲେଖିଛନ୍ତି, କୋଭିଡ୍‌-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ମୁଁ ପରୀକ୍ଷା କରାଇଲି ଏବଂ ତାହା ପଜିଟିଭ୍‌ ଆସିଛି ବୋଲି ଗତକାଲି ମିଳିଥିବା ରିପୋର୍ଟରୁ ଜାଣିଲି।

ମୋର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ଏହା ବିଶେଷ ଚିନ୍ତାର ବିଷୟ ନୁହେଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ସଙ୍ଗରୋଧରେ ଅଛି କିନ୍ତୁ, ମୁଁ ଅନୁରୋଧ କରିବାକୁ ଚାହେଁ କେହି ଏ ଭୂତାଣୁ ସଂକ୍ରମଣକୁ ଖାମଖିଆଲି ଭାବେ ଗ୍ରହଣ କରନ୍ତୁ ନାହିଁ।

Comments are closed.