ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର ଶକ୍ତି ଅଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,‘ମହିଳାଙ୍କ ଉନ୍ନତି ପାଇଁ ବିଜୁବାବୁ କାମ କରୁଥିଲେ। ଏହାକୁ ଆମେ ଆଗକୁ ନେଉଛୁ। ମହିଳାଙ୍କୁ ସଶକ୍ତ କରିବାକୁ ବିଜେଡି ଉଦ୍ୟମ ଜାରି ରଖିଛି। ମା’ ମାନେ ଜନ୍ମରୁ ନେତା। ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର ଶକ୍ତି ଅଛି।’
ପୌର ଓ ପଞ୍ଚାୟତରେ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ବିଜେଡି ସଂସଦରେ ୩୩ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିନା ସୁଧରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା, ମାଆ ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର, ରାଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି।
ମାଆ ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ। ଆମ ମିଶନ ଶକ୍ତି କାର୍ଯ୍ୟକ୍ରମ ନାରୀଶକ୍ତି ଏବଂ ସଶକ୍ତିକରଣର ପ୍ରତୀକ। ମିଶନ ଶକ୍ତିରେ ସଶକ୍ତ ୮୦ଲକ୍ଷ ମହିଳାଙ୍କ ବାହିନୀ ଆଜି ତୃଣମୂଳସ୍ତରରେ ପରିଦୃଶ୍ୟ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।