Odisha Link
Bridging the Missing Links in Odisha

ଦୀର୍ଘ ୬ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ରିୟା, ଲେଖିଲେ…

ମୁମ୍ବାଇ: ଦୀର୍ଘ ୬ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ବଲିଉଡର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ। ବଲିଉଡ୍‌ର ଚକଲେଟ୍‌ ହିରୋ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟାଙ୍କୁ ଏନସିବି ଗିରଫ କରି ଜେଲ୍‌ ପଠାଇଥିଲା। ଜେଲରୁ ମୁକୁଳିବାର ୬ ମାସ ପରେ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ପୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆରେ ରିୟା ତାଙ୍କ ମାଆଙ୍କ ହାତ ଧରିଥିବା ସମୟର ଏକ ଫଟୋ ସେୟାର କରିଛନ୍ତି। ଏଥିସହିତ କ୍ୟାପସନରେ ଲେଖିଛନ୍ତି ଯେ, ମହିଳା ଦିବସର ଶୁଭେଚ୍ଛା। ସବୁବେଳେ ମା’ ଓ ମୁଁ ଏକାଠି। ମୋର ଶକ୍ତି, ମୋର ବିଶ୍ୱାସ, ମୋର ଧୈର୍ଯ୍ୟ, ମୋ ମା’ ବୋଲି ରିଆ ପୋଷ୍ଟ କରିଛନ୍ତି।

ସୂଚନାଥାଉକି, ଏହା ପୂର୍ବରୁ ରିୟା ୨୦୨୦ ଅଗଷ୍ଟରେ ପୋଷ୍ଟ କରିଥିଲେ। ଯେତେବେଳେ ସିବିଆଇ ଏବଂ ଇଡିଙ୍କ ସହିତ ତାଙ୍କର ପଚରାଉଚରା ଚାଲିଥିଲା। ଦିର୍ଘ ଦିନ ପରେ ରିୟା ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ତାଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

Comments are closed.