Odisha Link
Bridging the Missing Links in Odisha

ଏସ୍‌ସିବିରେ ରୋଗୀଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି

କଟକ: କଟକ ବଡ ମେଡିକାଲରେ ଅଘଟଣ। ରୋଗୀଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନ୍ ରୋଗୀଙ୍କ ଉପରେ ଖସିପଡିଲା। ଫଳରେ ଜଣେ ମହିଳା ରୋଗୀ ଜଣଙ୍କ ଗୁରୁତର ହେବା ସହ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ସୂଚନା ମୁତାବକ, ଯାଜପୁର ଜିଲ୍ଲାର ଜଣେ ମହିଳା ୪ ଦିନ ତଳେ ଏସସିବିରେ ଭର୍ତ୍ତି ହୋଇଥିଲେ। ନିଆଁରେ ପୋଡି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ। ଶୋଇଥିବା ଅବସ୍ଥାରେ ହଠାତ ଫ୍ୟାନ୍ ତାଙ୍କ ଉପରେ ଛିଣ୍ଡି ପଡିଥିଲା ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିଲା। ଏବେ ତାଙ୍କୁ ଆଇସିୟୁକୁ ପଠାଯାଇଛି।

Comments are closed.