Odisha Link
Bridging the Missing Links in Odisha

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ। ଏନେଇ କାଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆଉ କିଛି ଆତଙ୍କୀ ଲୁଚି ରହିଥିବାର ସୂଚନା ମିଳିଛି ଫଳରେ ସର୍ଚ୍ଚ ଅପରେଶନ କଡାକଡି କରାଯାଇଛି। ପୋଲିସ, ସେନା ଏବଂ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଏହି ଏନକାଉଣ୍ଟର ଜାରି ରହିଛି।

ତେବେ ବିଜବିହାଡ଼ାର କାନ୍ଦିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ବୁଧବାର ସନ୍ଧ୍ୟାରେ ଖବର ମିଳିଥିଲା। ଏହା ପରେ ପୋଲିସ, ସେନା ଏବଂ ସିଆରପିଏଫ ପକ୍ଷରୁ ମିଳିତ ଅପରେଶନ ଆରମ୍ଭ ହୋଇଥିଲା।

ସର୍ଚ୍ଚ ଅପରେଶନ ବେଳେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ବି ଏହାର ଜବାବ ଦେଇଥିଲେ। ତେବେ ଅନ୍ଧାର ଯୋଗୁ ଅପରେସନକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଆଜି ସକାଳୁ ପୁଣି ଥରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

Comments are closed.