Odisha Link
Bridging the Missing Links in Odisha

ସାନ ଭାଇ ଓ ଭାଇ ବୋହୂକୁ ହତ୍ୟାକଲା ବଡ଼ ଭାଇ

ଭୋପାଳ: ବଡ଼ ଭାଇ ସାଜିଲା ସଇତାନ। ସାନ ଭାଇ ଓ ଭାଇ ବୋହୂକୁ ହତ୍ୟାକଲା ବଡ଼ ଭାଇ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମଧ୍ୟପ୍ରଦେଶରେ। ବଡ଼ଭାଇର ବିବାହ ପୂର୍ବରୁ ସାନଭାଇର ବିବାହକୁ ନେଇ ଚାପରେ ରହୁଥିଲା ବଡ଼ଭାଇ। ଶେଷରେ କ୍ରୋଧରେ ଉଭୟଙ୍କୁ କରାଢ଼ିରେ ହାଣି ହତ୍ୟା କରିଛି ବଡ଼ଭାଇ।

ପୁଲିସର ସୂଚନା ମୁତାବକ, ନବ ଦମ୍ପତ୍ତି ଶୋଇଥିବା ସମୟରେ ବଡ଼ଭାଇ ସେମାନଙ୍କୁ ହାଣି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ପାଇଁ ଅଧିକ ପଚରାଉଚରା କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ିକୁ ପୁଲିସ ଜବତ କରିଛି।

Comments are closed.