Odisha Link
Bridging the Missing Links in Odisha

୨୬ରେ ଭାରତ ବନ୍ଦ ଡାକରା ଦେଲେ କୃଷକ ସଙ୍ଗଠନ

ନୂଆଦିଲ୍ଲୀ: ଦୀର୍ଘ ୪ମାସ ହେଲାଣି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ। ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିବା ପରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ। ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ।

ଗତକାଲି ସିଂଘୁ ସୀମାରେ କୃଷକ ସଂଗଠନର ବୈଠକ ପରେ ୨୬ ତାରିଖରେ ଭାରତ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଆସନ୍ତା ୧୭ ତାରିଖରେ ଟ୍ରାନ୍ସପୋର୍ଟ ସଂଗଠନ ସହ ଚାଷୀ ବୈଠକ କରିବେ।

ଏହାବ୍ୟତୀତ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମଧ୍ୟ ଚାଷୀ ରେଳଧାରଣା ଜାମ କରିବେ। ଆସନ୍ତା ୧୫ ତାରିଖରେ ରେଳ ଧାରଣା ଉପରେ ଦେଶବ୍ୟାପୀ ଧାରଣା ଦିଆଯିବ ବୋଲି ଚାଷୀମାନେ ଆହ୍ୱାନ ଦେଇଛନ୍ତି।

ସେହିପରି ୨୩ ତାରିଖରେ ଆନ୍ଦୋଳନସ୍ଥଳରେ ସହିଦ ଭଗତ ସିଂ, ରାଜଗୁରୁଙ୍କ ସହିଦ ଦିବସ ପାଳନ କରାଯିବା ସହ ୨୮ ମାର୍ଚ୍ଚ ହୋଲିରେ ୩ କୃଷି ଆଇନ କପି ଜାଳିବାକୁ ନିଷ୍ପତ୍ତି ହୋଇଛି।ଆନ୍ଦୋଳନ ସ୍ଥଳରେ ଖରା ବଢ଼ୁଥିବା ଯୋଗୁ ସିଂଘୁ ବର୍ଡରରେ ପିଚୁ ରାସ୍ତା ଉପରେ ଚାଷୀମାନେ ପକ୍କା ଘର ନିର୍ମାଣ କରୁଥିବା ଦେଖଯାଇଛି।

Comments are closed.