Odisha Link
Bridging the Missing Links in Odisha

ଔଷଧ ତିଆରି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୧୪ ଗୁରୁତର

ଗାଜିଆବାଦ: ଉତ୍ତରପ୍ରଦେଶରେ ଏକ ଔଷଧ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ସାହିବାବାଦ ଶିଳ୍ପାଞ୍ଚଳର ୪ର୍ଥ ସାଇଟ୍‌ରେ ଡାକ୍ତରୀ ସରଞ୍ଜାମ ଉତ୍ପାଦନ କରୁଥିବା ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପ୍ରାୟତଃ ୧୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି।

ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ୪ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫ୍ୟାକ୍ଟ୍ରି ଭିତରେ ରହିଯାଇଥିବା ୧୪ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ କାହାର ପ୍ରାଣହାନୀ ଘଟିନଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଜୟଶଙ୍କର ପାଣ୍ଡେ ଓ ସ୍ଥାନୀୟ ପୁଲିସ ମଧ୍ୟ ଉପସ୍ଥିତ ଥିଲେ। ନିଆଁ ଲିଭାଇବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା।

Comments are closed.