Odisha Link
Bridging the Missing Links in Odisha

ଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀ ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ। ବଗି ନମ୍ୱର ସି-୪ରେ ନିଆଁ ଲାଗିଥିବା ସୂଚନା ରହିଛି। ସର୍ଟ ସର୍କିଟ୍ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଉତ୍ତରାଖଣ୍ଡ ଡିଜିପି ଏହି ସୂଚନା ଦେଇଛନ୍ତି।

ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ, ଆଜି ଦିଲ୍ଲୀରୁ ଡେରାଡୁନ ଅଭିମୁଖେ ଏହି ଶତାବ୍ଦୀ ଏକ୍ସପ୍ରେସ ଯାଉଥିଲା। ତେବେ ସି-୪ ବଗିରେ ନିଆଁ ଲାଗିବା ପରେ ଯାତ୍ରୀ ମାନେ ଭୟଭୀତ ହୋଇପଡ଼ିଥିଲେ।

ଏହି ସମୟରେ ଟ୍ରେନର ଲୋକପାଇଲଟ ଏବଂ ଗାର୍ଡ ଉଭୟ ଆଲୋଚନା କରି ଟ୍ରେନକୁ ହଠାତ୍ କାଁସରୋ ରେଲଓ୍ୱେ ଷ୍ଟେସନରେ ଅଟକାଇ ଦେଇଥିଲେ। ଏହି ସୂଚନା ମିଳିବା ପରେ ରାଜାଜି ଟାଇଗର ରିଜର୍ଭ ରେଳ ବିଭାଗକକୁ ସୂଚନା ଦେଇଥିଲା।ରାଜାଜି ଟାଇଗର ରିଜର୍ଭ ଅଞ୍ଚଳରେ ଟ୍ରେନଟି ଅଟକିଥିଲା।

ହେଲେ ସେହି ସ୍ଥାନରେ ମୋବାଇଲ୍ ନେଟୱାର୍କ ନଥିଲା। ତେଣୁ ଏହି ଘଟଣା ସମ୍ପର୍କରେ ସବିଶେଷ ରିପୋର୍ଟ ପହଞ୍ଚିବାରେ ବିଳମ୍ୱ ହେଉଛି। ତେବେ ସମସ୍ତେ ସୁରକ୍ଷିତ ଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଟ୍ରେନ ପାଖରେ ପହଞ୍ଚିବା ପାଇଁ ଜଙ୍ଗଲ ଦେଇ ଏକ ରାସ୍ତା ରହିଛି। ତେଣୁ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ୱ ହୋଇଛି।

Comments are closed.