Odisha Link
Bridging the Missing Links in Odisha

କୋଭିଡ କଟକଣା: ମାସ୍କ ନପିନ୍ଧିଲେ ବିମାନରୁ ବିଦା

ଭୁବନେଶ୍ୱର: ପୁଣି କରୋନା କଟକଣାକୁ ବଢ଼ାଇ ଦିଆଯାଇଛି। ଏଣିକି ମାସ୍କ ନପିନ୍ଧିଲେ ବିମାନରୁ ବିଦା ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଠିକ୍ ଭାବେ ମାସ୍କ ପିନ୍ଧିବା ଓ ମାସ୍କ ନାକ ତଳକୁ ନଖସିବାକୁ ତାଗିଦ୍ କରାଯାଇଛି। ବିନା ମାସ୍କରେ ଯେମିତି କେହି ଏୟାରପୋର୍ଟ ନଯିବେ, ତାକୁ ଦେଖିବେ ସିଆଇଏସଏଫ।

ବିମାନରେ କୋଭିଡ କଟକଣା କଡାକଡି ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଡିଜିସିଏ। ବିମାନରେ ଯାତ୍ରୀ ମାସ୍କ ପିନ୍ଧି ନଥିଲେ ଓହ୍ଲାଇ ଦିଆଯିବାକୁ ନିଦେ୍ର୍ଧଶ ଦିଆଯାଇଛି ।

ବାରମ୍ବାର ତାଗିଦ ସତ୍ୱେ ମାସ୍କ ନପିନ୍ଧିଲେ ଜୋର କରି ଓହ୍ଲାଇ ଦିଆଯିବ। ଓହ୍ଲାଇ ଦିଆଯିବା ସହ ସଂପୃକ୍ତ ଯାତ୍ରୀଙ୍କୁ ‘ଅମାନିଆ’ ଆଖ୍ୟା ଦିଆଯିବ।

Comments are closed.