Odisha Link
Bridging the Missing Links in Odisha

ଜେଲ୍‌ ପରିଦର୍ଶନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଆଜି ଓଡ଼ିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ ଜେଲ ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୫ରୁ ଏପ୍ରିଲ ୧୬ ମଧ୍ୟରେ ପରିଦର୍ଶନ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ଜେଲ ଭିତ୍ତିଭୂମି, ଅନ୍ତେବାସୀଙ୍କ ଅବସ୍ଥା, ଖାଦ୍ୟ ଓ ଆବାସ ସମ୍ପର୍କରେ ସମୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଜିଲ୍ଲା କାରାଗାର ଓ ଉପକାରାଗାରରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ସିସିଟିଭି ଲଗାଇବାରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ କହିବା ସହ ସିସିଟିଭି ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଛୋଟ ଅପରାଧରେ ଜାମିନ ପାଇ ମୁକୁଳିନଥିବା ଅପରାଧୀଙ୍କ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ଏଥିସହ ଏପ୍ରିଲ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି।

Comments are closed.