Odisha Link
Bridging the Missing Links in Odisha

ବ୍ୟାଟିଂରେ ଫ୍ଲପ୍, ହେଲେ ଫିଲ୍ଡିଂରେ ସମସ୍ତଙ୍କ ମନ ଜିଣିଲେ ରାହୁଲ; ଦେଖନ୍ତୁ ଭାଇରାଲ ଭିଡିଓ

ଅହମ୍ମଦାବାଦ: ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପରି ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ମାତ୍‌ ଦେଇଛି ଇଂଲଣ୍ଡ। ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ ଦଳ। ଶ୍ରେୟସ୍‌ ଆୟରଙ୍କ ବିନା ଆଉ କୌଣସି ବ୍ୟାଟସମ୍ୟାନ୍‌ ଇଂଲଣ୍ଡ ବୋଲରଙ୍କ ସାମ୍ନା କରି ପାରିନଥିଲେ। ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ୍‌ ଖେଳି ପାରି ନଥିବା କେଏଲ ରାହୁଲଙ୍କୁ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ସୁଯୋଗ ମିଳିଥିଲା। ହେଲେ ସେ ମାତ୍ର ୧ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

୨୦୨୦ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ରାହୁଲ ଜୋଫ୍ରା ଆର୍ଚରଙ୍କ ବଲରେ ମାତ୍ର ଏକ ରନ୍‌ କରି କ୍ଳିନ୍‌ ବୋଲ୍ଡ ହୋଇଥିଲେ ରାହୁଲ। ବ୍ୟାଟିଙ୍ଗରେ ଫ୍ଲପ୍‌ ହୋଇଥିବା ରାହୁଲ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରି କ୍ରିକେଟ ପ୍ରେମୀଙ୍କ ମନ ଜିଣି ନେଇଛନ୍ତି ।

https://twitter.com/pranjal__one8/status/1370400647820943364

ଅକ୍ଷର ପଟେଲ ମ୍ୟାଚର ଦ୍ବିତୀୟ ଇନିଂସରେ ୫ ଓଭର ବୋଲିଂ କରିଥିଲେ । ଅକ୍ଷରଙ୍କ ପ୍ରଥମ ବଲରେ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର ଏକ ଲମ୍ବା ସଟ୍‌ ଖେଳିଥିଲେ। ବଲଟି ବ୍ରାଉଣ୍ଡି ପାର ହୋଇ ଛକା ହେବା ପାଇଁ ଯାଉଥିଲା। ହେଲେ ସେହି ସମୟରେ ବ୍ରାଉଣ୍ଡିରେ ଫିଲ୍ଡିଂ କରୁଥିବା କେଏଲ ରାହୁଲ ସ୍ପାଇଡ୍ରରମ୍ୟାନ୍‌ ଭଳି ଉଡ଼ି କ୍ୟାଚ୍‌ ଧରି ସଙ୍ଗେ ସଙ୍ଗେ ବଲଟିକୁ ବାଉଣ୍ଡ୍ରି ଭିତରକୁ ଫୋପାଡ଼ି ଦେଇଥିଲେ। ଯାହାଫଳରେ ଟିମ୍‌ ପାଇଁ ୪ ରନ୍‌ ବଞ୍ଚାଇଥିଲେ ରାହୁଲ। ଏବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Comments are closed.