Odisha Link
Bridging the Missing Links in Odisha

ରାଉରକେଲାର ଜୀବନ ରେଖା ବ୍ରାହ୍ମଣୀ ପୋଲରୁ ଖସିଲା ଅତଡ଼ା, ଲୋକେ ଭୟଭୀତ

ରାଉରକେଲା: ବିପଦ ସଙ୍କୁଳ ଅବସ୍ଥାରେ ରାଉରକେଲାର ଜୀବନ ରେଖା ବ୍ରାହ୍ମଣୀ ପୋଲ। ବ୍ରାହ୍ମଣୀ ପୋଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୋଲରୁ ଅତଡ଼ା ଖସୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ପୋଲ ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯିବା ଆସିବା କରିଥାଏ। ଏପରିକି ବହୁ ଲୋକ ଦୈନନ୍ଦିନ ଯାତାୟତ କରିଥାନ୍ତି। ଏବେ ପୋଲରୁ ଅତଡ଼ା ଖସିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।

ଅପରପକ୍ଷରେ ଦ୍ଵିତୀୟ ବ୍ରାହ୍ମଣୀ ପୋଲର ନିର୍ମାଣ କାର୍ଯ୍ୟ ସରୁ ନାହିଁ। ଏଭଳି ସ୍ଥିତିରେ ଲୋକମାନେ ସୁରକ୍ଷାକୁ ନେଇ ପ୍ରସ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ପୋଲ ଉପରେ ପୂର୍ବରୁ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ ଏବେ ଅତଡା ଖସିବାରୁ ଲୋକମାନଙ୍କ ମନରେ ଛନକା ପଶିଛି।

ସୂଚନାଥାଉକି, ଗତ ୧୦ ବର୍ଷ ଭିତରେ ରାଜ୍ୟର ୬ଟି ସେତୁ ଭୁଶୁଡିଛି। ୫ଟି ନିର୍ମାଣଧୀନ ସେତୁର ଗୋଟିଏ ଲେଖାଏଁ ସ୍ପାନ୍‌ ଡେକ୍‌ ସ୍ଲାବ୍‌ ଭୁଶୁଡିଛି । ସେହିଭଳି ନିର୍ମାଣ ସରିବା ପରେ ଗୋଟିିଏ ସେତୁର ସ୍ପାନ୍‌ ଡେକ୍‌ ସ୍ଲାବ ଭୁଶୁଡିଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଗୃହରେ ଉତ୍ତର ରଖିଥିଲେ।

 

Comments are closed.