Odisha Link
Bridging the Missing Links in Odisha

ରାଜ୍ୟରେ ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା କେତେ ଜାଣନ୍ତୁ…

ଭୁବନେଶ୍ବର: ବର୍ତ୍ତମାନ ଦେଶର ମୁଖ୍ୟ ସମସ୍ୟା ପାଲଟିଛି ବେକାରୀ ସମସ୍ୟା। ରାଜ୍ୟରେ ବେକାରୀ ସମସ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ବି.ଟେକ୍, ଏମ୍. ଟେକ୍‌ ଓ ଡିପ୍ଲୋମା କରି ମଧ୍ୟ ଯୁବଗୋଷ୍ଠୀ ଆତ୍ମନିଯୁକ୍ତିର ସୁଯୋଗ ପାଇ ପାରୁନାହାନ୍ତି। ଆଜି ବିଧାନସଭାରେ ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ ଯୁବ ଇଞ୍ଜିନିୟରଙ୍କ ନିଯୁକ୍ତି ନିମନ୍ତେ ନିଆଯାଇଥିବା ପଦକ୍ଷେପର ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ନେଇ କହିଛନ୍ତି, ନିଯୁକ୍ତି ନ ପାଇ ରାଜ୍ୟରେ ପଞ୍ଜୀକୃତ ୯୪୮୭ ଜଣ ବି.ଟେକ୍‌ ଛାତ୍ରଛାତ୍ରୀ, ୩୪୯୭ ଜଣ ଏମ୍. ଟେକ୍‌ ଛାତ୍ରଛାତ୍ରୀ ଏବଂ ୩୩୭୪୭ ଡିପ୍ଲୋମା ବେକାରୀ ଛାତ୍ରଛାତ୍ରୀ ରହିଛନ୍ତି।

ଏଥିସହ ବେକାରୀ ଇଞ୍ଜିନିୟରଙ୍କୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ଏବଂ ଋଣ ଛାଡ଼ର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ନିଯୁକ୍ତି ପାଇ ନଥିବା ଇଞ୍ଜିନିୟରଙ୍କୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ସହ ଋଣ ଛାଡ଼ ନିମନ୍ତେ କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ।

Comments are closed.