Odisha Link
Bridging the Missing Links in Odisha

ସାଉଣ୍ଡିଙ୍ଗ୍‌ ରକେଟ୍‌ ‘ଆର୍‌ଏଚ୍‌-୫୬୦’ ଉତ୍‌କ୍ଷେପଣ କଲା ‘ଇସ୍ରୋ’

ନୂଆଦିଲ୍ଲୀ: ସାଉଣ୍ଡିଙ୍ଗ୍‌ ରକେଟ୍‌ ‘ଆର୍‌ଏଚ୍‌-୫୬୦’ ଉତ୍‌କ୍ଷେପଣ କଲା ‘ଇସ୍ରୋ’। ‘ନ୍ୟୁଟ୍ରାଲ୍‌ ଓ୍ଵିଇଣ୍ଡ୍‌’ର ଆଚରଣଗତ ତାରତମ୍ୟ ଏବଂ ‘ପ୍ଲାଜ୍‌ମା ଡାଇନାମିକ୍ସ’ ସମ୍ବନ୍ଧରେ ଗବେଷଣା ନିମନ୍ତେ ଇସ୍ରୋ ‘ଆର୍‌ଏଚ୍‌-୫୬୦’ ଉତ୍‌କ୍ଷେପଣ କରାଯାଇଛି। ଶୁକ୍ରବାର ଦିନ ଶ୍ରୀହରିକୋଟା ରେଞ୍ଜ୍‌ସ୍ଥିତ ‘ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ର’ରୁ ଏହି ସାଉଣ୍ଡିଙ୍ଗ୍‌ ରକେଟ୍‌ ଉତ୍‌କ୍ଷେପଣ କରାଯାଇଛି।

‘ଇସ୍ରୋ’ କହିବା ଅନୁସାରେ, ‘ସାଉଣ୍ଡିଙ୍ଗ୍‌ ରକେଟ୍‌’ ହେଉଛି, ବାୟୁମଣ୍ଡଳର ଊର୍ଦ୍ଧ୍ୱାଞ୍ଚଳ ଏବଂ ଅନ୍ତରୀକ୍ଷ ଗବେଷଣା ନିମନ୍ତେ ବ୍ୟବହାର କରାଯାଉଥିବା ଦୁଇଥାକିଆ କଠିନ ଇନ୍ଧନ ଚାଳିତ ରକେଟ୍‌।

‘ଲଞ୍ଚ୍‌ ଭେଇକ୍ଲ୍‌’ ଏବଂ ‘ସାଟେଲାଇଟ୍‌’ରେ ବ୍ୟବହାର ପାଇ’ ଉଦ୍ଦିଷ୍ଟ ନୂତନ ଉପକରଣ କିମ୍ବା ‘ସବ୍‌ସିଷ୍ଟମ୍‌’ର ‘ପ୍ରୋଟୋଟାଇପ୍‌’ ପରୀକ୍ଷା କିମ୍ବା ପ୍ରମାଣ କରିବା ପାଶଁ ‘ସାଉଣ୍ଡିଙ୍ଗ୍‌ ରକେଟ୍‌’ ହେଉଛି ସୁଲଭ ମୂଲ୍ୟରେ ଉପଲବ୍ଧ ପ୍ଲାଟ୍‌ଫର୍ମ।

୧୯୬୫ ମସିହାରୁ ‘ଇସ୍ରୋ’ ସ୍ୱଦେଶ ନିର୍ମିତ ‘ସାଉଣ୍ଡିଙ୍ଗ୍‌ ରକେଟ୍‌’ ନିର୍ମାଣ କରି ଉତ୍‌କ୍ଷେପଣ କରି ଆସୁଛି। ଏଥିରୁ ପ୍ରାପ୍ତ ବିପୁଳ ଅଭିଜ୍ଞତା ବଳରେ ଇସ୍ରୋ ‘ସଲିଡ୍‌ ପ୍ରୋପେଲାଣ୍ଟ୍‌ ଟେକ୍‌ନୋଲୋଜି’ରେ ଅସାଧାରଣ ଦକ୍ଷତା ହାସଲ କରିଛି।

Comments are closed.