Odisha Link
Bridging the Missing Links in Odisha

ପାର୍କିଂ ପାଇଁ ପ୍ରଫେସରଙ୍କ ଗୁଳିମାଡ଼, ଜଣେ ଗୁରୁତର

ବାଲେଶ୍ବର: ଫକୀର ମୋହନ ମହାବିଦ୍ୟାଳୟ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବିବାଦରୁ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି।

ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଜଣେ ପ୍ରଫେସର ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗାଡ଼ି ପାର୍କିଂକୁ ନେଇ ବିବାଦରୁ ଏପରି ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଆହତ ବ୍ୟବସାୟୀଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖା ହେବା ସୁଦ୍ଧା କେହି ଗିରଫ ହୋଇଥିବା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

Comments are closed.