Odisha Link
Bridging the Missing Links in Odisha

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଆଜି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ଏହି ସାମଗ୍ରୀ ରଖି ବିକ୍ରି କରୁଥିବା ଖବର ପାଇ ପୋଲିସ ଆଜି ସକାଳେ ସେଠାରେ ଚଢାଉ କରିଥିଲା।

ଚଢ଼ାଉରେ ୨୦ ବସ୍ତା ନାଇଟ୍ରୋଜେନ ସାର ଓ ୧୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ପରିମାଣର ପାୱାର ଜେଲ ଜବତ କରିଛି। ଏଥିସହ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଖାଦାନରେ କଳାପଥର ଫଟାଇବା ଲାଗି ଏସବୁ ବିସ୍ଫୋରକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ।

ମିଳିଥିବା ସୂଚନା ଅନୁସାରେ ମୁକୁନ୍ଦପୁର ଗ୍ରାମର ସୁଶାନ୍ତ କୁମାର ବେହେରା ନିଜ ଘର ନିକଟରେ ବେଆଇନ ଭାବେ ଏସବୁ ଦ୍ରବ୍ୟ ରଖି ବ୍ୟବସାୟ କରୁଥିଲେ। ପୋଲିସ ସୁଶାନ୍ତକୁ ଥାନାରେ ଅଟକ ରଖି ପଚରା ଉଚରା ସହିତ ଘଟଣା ସମ୍ପର୍କରେ ଅଧିକ ଖୋଳତାଳ ଜାରି ରଖିଛି।

Comments are closed.