ଅଗ୍ନିକାଣ୍ଡରେ ମାଆ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ଭଦ୍ରକ ବାଣୀତିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ହୁ ହୁ ହୋଇ ଜଳି ଯାଇଛି ଘର। ନିଆଁରେ ଜଳି ମାଆ ମୃତ, ଝିଅ ଗୁରୁତର ହୋଇଛି। ବାହାରି ପାରିଲେନି ମାଆ ଓ ଝିଅ। ଏମିତି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ବାଣୀତିଆ ଗ୍ରାମର ମହଲାସାହିରେ ଘଟିଛି। ଘରଟି ସଂପୂର୍ଣ୍ଣ ଜଳିପୋଡି ଛାରଖାର ହୋଇ ଯାଇଛି।
ସୂଚନା ଅନୁସାରେ, ମହଲାସାହିର ପ୍ରଭାତ ବେହେରାଙ୍କ ଘରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଘର ସଂପୂର୍ଣ୍ଣ ଜଳି ଛାରଖାର ହୋଇ ଯାଇଥିବା ବେଳେ ଭିତରେ ଥିବା ପ୍ରଭାତଙ୍କ ସ୍ତ୍ରୀ ଭାରତୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି।
ଏପରିକି ୧୦ ବର୍ଷ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡିନାହିଁ। ଭଦ୍ରକ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି।
Comments are closed.