Odisha Link
Bridging the Missing Links in Odisha

ବିଧାନସଭାକୁ ଟି-ଶାର୍ଟ ପିନ୍ଧି ଆସିଥିବାରୁ ତଡ଼ା ଖାଇଲେ କଂଗ୍ରେସ ବିଧାୟକ

ଗାନ୍ଧୀନଗର: ବିଧାନସଭାରେ ହଟହଟା ହେଲେ କଂଗ୍ରେସ ବିଧାୟକ। ବିଧାନସଭାକୁ ବିଧାୟକ ଟି-ଶାର୍ଟ ପିନ୍ଧି ଆସିବା ପଡ଼ିଲା ମହଙ୍ଗା। ଗୁଜୁରାଟର କଂଗ୍ରେସ ବିଧାୟକ ବିମଳ ଚୁଦାସାମା ବିଧାନସଭାକୁ ଟି-ଶାର୍ଟ ପିନ୍ଧି ଗୃହକୁ ଆସିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ। ଏପରିକି ବିଧାନସଭା ଗୃହରୁ ବିଧାୟକ ବିମଳଙ୍କୁ ଜୋରଚବଦସ୍ତି ବିଦା କରିଥିଲେ ବାଚସ୍ପତି।

ବିଧାୟକ ବିମଳ ଗତ ସପ୍ତାହରେ ମଧ୍ୟ ବିଧାନସଭାକୁ ଟି-ଶାର୍ଟ ପିନ୍ଧି ଆସିଥିବାରୁ ବାଚସ୍ପତି ତ୍ରିବେଦୀ ନାପସନ୍ଦ କରିବା ସହିତ ଏଥିପ୍ରତି ଧ୍ୟାନ ଦେବାକୁ କହିଥିଲେ। ସେହିି ସମୟରେ ଗୃହ କାର୍ଯ୍ୟବେଳେ ବାଚସ୍ପତି ତ୍ରିବେଦୀ ବିଧାୟକମାନଙ୍କୁ ଗୃହର ଡେକୋରମ ପାଳନ କରିବାକୁ କହିବା ସହ ଟି-ଶର୍ଟ ପିନ୍ଧି ବିଧାନସଭାକୁ ନ ଆସିବାକୁ ପରାମର୍ଶ ଦେଇଥିଲେ। ବାଚସ୍ପତି ଆହୁରି କହିଥିଲେ ଯେ, ଯେ ବିଧାୟକମାନେ ଶର୍ଟ କିମ୍ବା କୁର୍ତ୍ତା ପିନ୍ଧି ଗୃହକୁ ଆସିଲେ ଏହାର ମର୍ଯ୍ୟାଦା ରହିବ ଓ ଡେକୋରମ ମେଣ୍ଟେନ ହୋଇପାରିବ।

ଏସବୁ ସତ୍ତ୍ବେ କଂଗ୍ରେସ ବିଧାୟକ ବିମଳ ସୋମବାର ଦିନ ଟି-ଶାର୍ଟ ପିନ୍ଧି ବିଧାନସଭାକୁ ଆସିଥିଲେ। ବାଚସ୍ପତି ସପ୍ତାହକ ତଳର କଥାକୁ ପୁନଶ୍ଚ ଦୋହରାଇଥିଲେ। ଯାହାଫଳରେ ବାଚସ୍ପତିଙ୍କ କଥାକୁ ବିରୋଧ କରିବା ସହ ଯୁକ୍ତତର୍କ କରିଥିଲେ।

ବିମଳ କହିଥିଲେ ଯେ, ଟି-ଶାର୍ଟ ପିନ୍ଧି ବିଧାନସଭାକୁ ଆସିବୋ କୌଣସି ସମସ୍ୟା ନାହିଁ। ଏହି ପୋଷାକରେ ସେ ନିର୍ବାଚନ ପାଇଁ ପ୍ରଚାର କରି ବିଜୟୀ ମଧ୍ୟ ହୋଇଛି। ମୁଁ ଭୋଟରଙ୍କୁ ଟି-ଶାର୍ଟ ପିନ୍ଧି ଭୋଟ ମାଗିଥିଲି ବୋଲି ବିମଳ କହିଥଇଲେ।

ପରେ ସେ ଆହୁରି କହିଛନ୍ତି ଯେ, ଏହି ଟି-ଶାର୍ଟକୁ ମୋତେ ମୋ ଭୋଟରମାନେ ପ୍ରମାଣପତ୍ର ଆକାରରେ ଦେଇଛନ୍ତି। ଆପଣ ମୋ ଭୋଟରଙ୍କୁ ଅସମ୍ମାନ କରୁଛନ୍ତି ବୋଲି ବିମଳ କହିଥିଲେ। ଯାହାପରେ ବାଚସ୍ପତି ବିରକ୍ତ ପ୍ରକାଶ କରିବା ସହ ବିମଳଙ୍କୁ ଗୃହରେ ଚାଲିଯିବାକୁ କହିଥିଲେ।

Comments are closed.