Odisha Link
Bridging the Missing Links in Odisha

ଗର୍ଭବତୀ ମହିଳାଙ୍କୁ ଅପରେସନ୍‌ କଲେ ଅଷ୍ଟମ ପାସ୍ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ସାଧାରଣତଃ ରୋଗୀମାନେ ଭଗବାନଙ୍କ ଦ୍ବିତୀୟ ଅବତାର ବୋଲି ମାନିଥାନ୍ତି। ହେଲେ ଦ୍ବିତୀୟ ଭଗବାନଙ୍କ ଦାୟିତ୍ବହୀନାତ ଏବେ ସାମ୍ମାକୁ ଆସିଛି। ଆମେ ଆପଣଙ୍କୁ ଜଣାଇଦବାକୁ ଚାହୁଛୁ ସ୍ବାସ୍ଥ୍ୟ ବିଭାଗର ଅବହେଳା କଥା। ଘଟଣା ଘଟିଛି ଉତ୍ତର ପ୍ରଦେଶର ସୁଲତାନପୁରରେ। ମାର୍ଚ୍ଚ ୧୭ ତାରିଖ ବୁଧବାର ଦିନ ପ୍ରସବ ସମୟରେ ମହିଳା ଓ ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଥିଲା।

ରାସ୍ତାରେ ଉଭୟ ମା’ ଓ ଶିଶୁର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜ୍ଜୁ କରିଛି। ପୋଲିସ ହସ୍ପିଟାଲରେ ଯାଇ ଯାଞ୍ଚ କଲାବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ପୁରବା ଗାଁର ପୁନମ ଗର୍ଭବତୀ ଥିଲେ। ମଙ୍ଗଳବାର ରାତିରେ ପରିବାର ଲୋକେ ତାଙ୍କୁ ଅରବଲ ସ୍ଥିତ ମା ସାରଦା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ପୁନମଙ୍କ ଅପରେସନ କରିଥିଲେ।

ଅପରେସନ ବେଳେ ପ୍ରବଳ ରକ୍ତସ୍ରାବ ଯୋଗୁଁ ପୁନମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା। ଏହାପରେ ତାଙ୍କୁ ସ୍ଥାନାନ୍ତର କାଗଜପତ୍ର ରେଡି ନ କରି ମା’ ଓ ଶିଶୁକୁ ଚିକିତ୍ସା ପାଇଁ ଲକ୍ଷ୍ନୌ ପଠାଇ ଦିଆଯାଇଥିଲା। ଅଧା ବାଟରେ ହିଁ ମା’ ଓ ଶିଶୁର ମୃତ୍ୟୁ ହୋଇଯାଇଥିଲା।

ଏହାପରେ ପରିବାର ଲୋକେ ମହିଳା ଓ ଶିଶୁର ମୃତଦେହ ନେଇ ବଲଦୀରରେ ଥାନାକୁ ଯାଇ ହସ୍ପିଟାଲ ସଞ୍ଚାଳକ, ଡାକ୍ତର ଓ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କଲାପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା।

ପ୍ରକାଶ ଯେ, ମା ସାରଦା ହସ୍ପିଟାଲର ସଞ୍ଚାଳକ ରାଜେଶ ସାହାଣୀ ଦ୍ୱାଦଶ ପାସ୍। କେବଳ ସେତିକି ନୁହେଁ, ହସ୍ପିଟାଲରେ ନିଯୁକ୍ତ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶୁକ୍ଳ ଅଷ୍ଟମ ପାସ୍ ଓ ତାଙ୍କ ସହଯୋଗୀ ପଞ୍ଚମ ପାସ୍। ସଞ୍ଚାଳକ ରାଜେଶ ସାହାଣୀଙ୍କ ଘର ଖିରି ଜିଲ୍ଲାରେ ଓ ଡାକ୍ତର ରାଜେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ଘର ଅଯୋଧ୍ୟାରେ। ଯାଞ୍ଚ ବେଳେ ଜଣାପଡିଛି ଯେ ଏମାନେ ଅଭୁତ ଦିନ ହେଲା ଏହିଭଳି ଲୋକଙ୍କ ଜୀବନ ସହ ଖେଳୁଛନ୍ତି।

ପୋଲିସ ଉଭୟଙ୍କୁ ଗିରଫ କରିଛି। ପୋଲିସ ଅଧିକ୍ଷକ ଡ.ଅରବିନ୍ଦ ଚତୁର୍ବେଦୀ ଜିଲ୍ଲା ଅଧିକାରୀ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହିଭଳି ହସ୍ପିଟାଲ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି।

Comments are closed.