Odisha Link
Bridging the Missing Links in Odisha

ଭାଙ୍ଗି ପଡ଼ିଲା କବାଡ଼ି ଚାମ୍ପିୟନଶିପ୍‌ର ଷ୍ଟାଣ୍ଡ, ୧୦୦ରୁ ଅଧିକ ଲୋକ ଆହତ

ହାଇଦ୍ରାବାଦ: ଆଜି ତେଲେଙ୍ଗାନାର ସୂର୍ଯ୍ୟପେଟରେ ଚାଲିଥିବା ୪୭ତମ କନିଷ୍ଠ ଜାତୀୟ କବାଡି ଚାମ୍ପିଅନସିପରେ ଏକ ଦୁର୍ଘଟଣା ଘଟିଛି। ଖେଳ ସମୟରେ ଚାମ୍ପିୟନଶିପ୍‌ର ଗୋଟିଏ ବଡ଼ ଷ୍ଟାଣ୍ଡ ଭାଙ୍ଗି ପଡ଼ିଛି। ଫଳରେ ଏହା ତଳେ ପ୍ରାୟ ୧୦୦ରୁ ଅଧିକ ଲୋକ ଚାପି ହୋଇଯାଇଛନ୍ତି।

ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକାଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୂର୍ଯ୍ୟପେଟର ଏସପି ଅଫିସ ପଡ଼ିଆରେ ୪୭ମ ଜୁନିୟର ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଦେଖିବାକୁ ଶହଶହ ଲୋକ ଉପସ୍ଥିତ ରହିଥିଲେ। ଏହି ସମୟରେ ହଠାତ୍ ପଡ଼ିଆରେ ଲାଗିଥିବା ଗୋଟିଏ ବିରାଟ ଷ୍ଟାଣ୍ଡ ସେମାନଙ୍କ ଉପରେ ଖସି ପଡ଼ିଥିଲା।

ଏହି ଷ୍ଟାଣ୍ଡରେ ମଧ୍ୟ ଶତାଧିକ ଲୋକ ବସିଥିଲେ। ସମସ୍ତେ ଏହା ତଳେ ଚାପି ହୋଇଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଭୁଶୁଡ଼ିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Comments are closed.