ଆସିଲା କେନ୍ଦ୍ରର ଏପ୍ରିଲ ଗାଇଡଲାଇନ

ନୂଆଦିଲ୍ଲୀ: ଆସିଲା କେନ୍ଦ୍ର ସରକାରଙ୍କର ଏପ୍ରିଲ ମାସ ପାଇଁ ଗାଇଡଲାଇନ। ଆଜି ଏପ୍ରିଲ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡଲାଇନରେ କୋଭିଡ୍ କଟକଣା କଡାକଡି କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍ ନିୟମ ପାଳନ ପାଇଁ ରାଜ୍ୟ ସରକାରମାନଙ୍କୁ କଡା ପଦକ୍ଷେପ ନେବାକୁ କୁହାଯାଇଛି।
ପୁଣି ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିର ରଖି କେନ୍ଦ୍ର ସରକାର ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ଆରଟିପିସିଆର ଟେଷ୍ଟ ବେଶୀ ହେଉନି, ସେଠାରେ ଟେଷ୍ଟ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ପଜିଟିଭ୍ କେସକୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ ପାଇଁ ନିଦ୍ଦେର୍ଶ ଦିଆଯାଇଛି। ଗାଇଡଲାଇନ୍ କଡାକଡି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ଭିତରେ ଓ ବାହାର ରାଜ୍ୟକୁ ଯିବାଆସିବା ଉପରେ କୌଣସି କଟକଣା ନାହିଁ। ଏସଓପି ମାନି ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ମଲ୍ ଚାଲିପାରିବ। ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମ ପାଳିବାକୁ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ସଠିକ୍ ଭାବେ ଚିହ୍ନଟ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।