Odisha Link
Bridging the Missing Links in Odisha

ମୋ ପୁଅ ବିପୁଳ ଭୋଟରେ ଜିତିବ: ପ୍ରତିଭା ମହାରଥୀ

ଭୁବନେଶ୍ବର: ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ଶେଷରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ। ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ। ପ୍ରତିଭା କହିଛନ୍ତି ଯେ, ତାଙ୍କ ପରିବାରରୁ ପ୍ରାର୍ଥୀ କରା ଯାଇଥିବାରୁ କୃତଜ୍ଞତା ପ୍ରକାଶ କରୁଛି।

ସବୁଠାରୁ ବଡ଼କଥା ହେଲା ପୁଅ ରୁଦ୍ର ମହାରଥୀଙ୍କ ପ୍ରତି ତାଙ୍କର ଆର୍ଶୀବାଦ ରହିଛି, ସମସ୍ତଙ୍କ ଆର୍ଶୀବାଦରେ ରୁଦ୍ର ବିପୁଳ ଭୋଟରେ ବିଜୟୀ ହେବ ବୋଲି କହିଛନ୍ତି ପ୍ରତିଭା। ପିପିଲି ଟିକେଟ କାହାକୁ ମିଳିବ ବୋଲି ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା। ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଶେଷରେ ରୁଦ୍ର ମହାରଥୀଙ୍କୁ ଟିକେଟ ଦେଇଥିଲା ବିଜେଡି ।

ଏ ନେଇ ପ୍ରତିଭା ମହାରଥୀଙ୍କ ପ୍ରତିକ୍ରିୟା କ’ଣ ରହିଛି, ତାହା ଜାଣିବାକୁ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ରହିଥିଲା। ହେଲେ ପୁଅ ଟିକେଟ ପାଇବା ପରେ ସେ ସାଙ୍ଗେ ସାଙ୍ଗେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ତାଙ୍କ ନିରବତାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଏହାର ଅବସାନ ଘଟାଇଛନ୍ତି ପ୍ରତିଭା ମହାରଥୀ।

Comments are closed.