Odisha Link
Bridging the Missing Links in Odisha

ଆଜି ହୋଲି: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ସାରାଦେଶ ରଙ୍ଗର ରଙ୍ଗରେ ରଙ୍ଗେଇ ହୋଇଛି। କୋଭିଡ କଟକଣା ମଧ୍ୟରେ ଦେଶବାସୀ ପାଳନ କରୁଛନ୍ତି ରଙ୍ଗର ପର୍ବ ହୋଲି। ହେଲେ କୋଭିଡ କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଏବର୍ଷ ବି ଟିକେ ଫିକା ପଡ଼ିଛି ହୋଲି ଖେଳ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟ୍‌ କରି ରାଷ୍ଟ୍ରପତି ଲେଖିଛନ୍ତି, ହୋଲି ଉପଲକ୍ଷେ ସମସ୍ତ ନାଗରିକ ବନ୍ଧୁଙ୍କୁ ଅଭିନନ୍ଦନ। ରଙ୍ଗର ଉତ୍ସବ ହୋଲି ହେଉଛି ଜନତାଙ୍କ ଜୀବନରେ ଆନନ୍ଦ, ପୁଲକ ଓ ଆଶା ସଞ୍ଚାର କରୁଥିବା ସାମାଜିକ ସଦ୍‌ଭାବନାର ଉତ୍ସବ। ଆମ ସାଂସ୍କୃତିକ ବିବିଧତାର ଅବିଚ୍ଛେଦ୍ୟ ବିଭବ ଜାତୀୟତାର ଉଚ୍ଛ୍ୱାସକୁ ଏହି ଉତ୍ସବ ଆହୁରି ସୁଦୃଢ଼ କରୁ।

ସେହିପରି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମଧ୍ୟ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କୁ ହୋଲି ଅବସରରେ ଅଶେଷ ଶୁଭକାମନା। ଆନନ୍ଦ, ଉତ୍ସହ, ହର୍ଷ, ଉଲ୍ଲାସ, ଆଶାର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଉର୍ଜା ସଞ୍ଚାର କରୁ।

ଏଥିସହିତ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ନିଜକୁ ତଥା ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖିବା ପାଇଁ ଚଳିତ ବର୍ଷ ଘରେ ରହି ହୋଲି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କୋଭିଡଠାରୁ ଦୂରେଇ ରହିବା ପାଇଁ ନିୟମର କଡ଼ାକଡ଼ି ପାଳନ ସମସ୍ତଙ୍କର ସଂକଳ୍ପ ହେଉ। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ହୋଲି ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ରଙ୍ଗ, ହର୍ଷ, ଉଲ୍ଲାସ, ଆଶାର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭକାମନା। ରଙ୍ଗର ଏହି ପର୍ବ ନବ ଉର୍ଜା ସଞ୍ଚାର କରି ଆମ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟରେ ପରିପୂର୍ଣ୍ଣ କରୁ।

Comments are closed.