Odisha Link
Bridging the Missing Links in Odisha

NITରେ କରୋନା ଆତଙ୍କ: ସଙ୍ଗରୋଧରେ ୧୪ ପିଜିଟିଭ ଆକ୍ରାନ୍ତ, ନେଗେଟିଭ୍‌ ରିପୋର୍ଟ ପିଲାଙ୍କୁ କ୍ୟାମ୍ପସ୍‌ ଛାଡିବାକୁ ନିର୍ଦ୍ଦେଶ

ଚିନ୍ତା ବଢ଼ାଉଛି କରୋନା

ରାଉରକେଲା: କିଛିଦିନ ହେବ ରାଜ୍ୟରେ କାୟା ମେଲାଇବାରେ ଲାଗିଛି କରୋନା ସଂକ୍ରମଣ। ବିଶେଷକରି ରାଉରକେଲା ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (NIT)ରେ କରୋନା ମାମଲା ବଢ଼ିବାରେ ଲାଗିଛି। କାରଣ ପୂର୍ବରୁ ୭ ଛାତ୍ରଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ଆଉ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହାଫଳରେ NITରୁ ୧୪ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଲେଣି।

କରୋନା ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ନେଗେଟିଭ୍‌ ରିପୋର୍ଟ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ି ବାକୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ ରେଜିଷ୍ଟ୍ରର ପ୍ରଫେସର ପ୍ରଦୀପ କୁମାର ଦାସ। ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନେଇ ମଙ୍ଗଳବାର ବସୁଛି NIT ସିନେଟ୍‌ର ଏକ ସ୍ବତନ୍ତ୍ର ବୈଠକ।

ବୈଠକ ପରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏନଆଇଟି କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ନେବେ। NITରେ ଛାତ୍ରଛାତ୍ରୀମାନଙ୍କର ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ମଙ୍ଗଳବାରଠାରୁ ଦୁଇଟି ଟିମ୍ ଦିନକୁ ୫୦୦ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରିବେ।

ସୂଚନାଥାଉକି, NIT କ୍ୟାମ୍ପସ ମଧ୍ୟରେ ଏବେ ୨୦୦୦ ଛାତ୍ରଛାତ୍ରୀ ଥିବା ବେଳେ ସୋମବାର ରାତି ସୁଦ୍ଧା ୩୯୩ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହୋଇପାରିଛି। କୋଭିଡ ଟେଷ୍ଟ ଲାଗି ଅଧିକ ଟିମ ନିୟୋଜିତ କରିବାକୁ NIT ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାସ ଜିଲ୍ଳା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ନିଜେ NIT ରେ କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି।

Comments are closed.