Odisha Link
Bridging the Missing Links in Odisha

ଦେଶରେ କରୋନା: ଦିନକରେ ୯୩ ହଜାର ସଂକ୍ରମିତ, ୫୧୩ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ପ୍ରତିଦିନ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ୫୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ରେ ପହଞ୍ଚିଛି।

ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ୨୯ ହଜାର ୨୮୯ ଜଣ ସୁସ୍ଥ ହୋଇଥିବାବେଳେ ୬ ଲକ୍ଷ ୯୧ ହଜାର ୫୯୭ ଜଣ ସକ୍ରିୟ ରୋଗୀ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ କରୋନା ଟିକାକରଣ ଚାଲିଥିବା ସତ୍ବେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୭ କୋଟି ୫୯ ଲକ୍ଷ ୭୯ ହଜାର ୬୫୧ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି।

Comments are closed.