ଆଜିଠୁ ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦର ଲାଗୁ
ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଲାଗୁ ହେବ ବର୍ଦ୍ଧିତ ବିଜୁଳି ଦର। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବୃଦ୍ଧି କରିଥିବା ୟୁନିଟ୍ ପିଛା ୩୦ ପଇସା ବିଜୁଳି ଦର ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି।
ଦରବୃଦ୍ଧି ପରେ ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୨ଟଙ୍କା ୭୦ ପଇସା ଥିଲା । ୫୧ରୁ ୧୦୦ ୟୁନିଟ୍ ପାଇଁ ୪ ଟଙ୍କା ୮୦, ୨୦୧ରୁ ୪୦୦ ୟୁନିଟ୍ ପାଇଁ ୫ ଟଙ୍କା ୮୦ ଏବଂ ୪୦୦ ୟୁନିଟ୍ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬ ଟଙ୍କା ୨୦କୁ ବୃଦ୍ଧି କରାଯାଇଛି ।
ଅପରପକ୍ଷେ ଦରବୃଦ୍ଧିକୁ ନେଇ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ ବିରୋଧ ଆରମ୍ଭ କରିଛନ୍ତି । ଉଭୟ ଗୃହ ଭିତରେ ଏବଂ ବାହାରେ ଏହି ବିରୋଧ ଦେଖିବାକୁ ମିଳିଛି ।