Odisha Link
Bridging the Missing Links in Odisha

ରେକର୍ଡ କଲେ ଓଡ଼ିଆ ଝିଅ ରିଷିତା

‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନିତ

ଭୁବନେଶ୍ୱର: ରେକର୍ଡ କଲେ ଓଡ଼ିଆ ଝିଅ ରିଷିତା। ମାତ୍ର ୧୦ ବର୍ଷ ବୟସରେ ରିଷିତା ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନିତ ହୋଇଛନ୍ତି।

ଭୁବନେଶ୍ୱରର କୁନି ଝିଅ ରିଷିତା ସାମନ୍ତରାୟ ରୁବିକ୍ସ କ୍ୟୁବ୍ସ ଗେମରେ ସଫଳତା ପାଇଛନ୍ତି। ମାତ୍ର ୧୫ ମିନିଟ୍ ସମୟ ମଧ୍ୟରେ ରିଷିତା ୧୫ ଗୋଟି ରୁବିକ୍ସ କ୍ୟୁବ୍ସକୁ ସମାଧାନ କରିଛନ୍ତି।ଏଥିପାଇଁ ରିଷିତାଙ୍କୁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନ ମିଳିଛି।

ଏତେ କମ୍ ସମୟ ମଧ୍ୟରେ ରିଷିତା ୧୫ ଗୋଟି ରୁବିକ୍ସ କ୍ୟୁବ୍ସର ସମାଧାନ କରି ଏହି ସଫଳତା ପାଇଛନ୍ତି । ରିଷିତା ଏହି ସଫଳତାର ଶ୍ରେୟ ତାଙ୍କ ପରିବାରର ସଦସ୍ୟ, ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ଦେଇଛନ୍ତି।

Leave A Reply

Your email address will not be published.