Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସିବ ୩ ଲକ୍ଷ ୪୯ ହଜାର ଟିକା

ଭୁବନେଶ୍ୱର: ପୁଣି ଥରେ କାୟା ବିସ୍ତାର କଲାଣି। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଲୋକମାନେ ଟିକା ଉପରେ ଆଶା କରୁଥିବା ବେଳେ ଆଜି ଓଡିଶାକୁ ଆସୁଛି ଆହୁରି ୩ ଲକ୍ଷ ୪୯ ହଜାର ଟିକା। ଏନେଇ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଏହି ଟିକା ମାତ୍ର ୩ ଦିନରେ ହିଁ ସରିଯିବ।

ସୁଚନା ମୁତାବକ, ବର୍ତ୍ତମାନ ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଟିକାକରଣ କରାଯାଉଛି। ଏହି କ୍ରମରେ ଗତକାଲି ୨ ଲକ୍ଷ ୬୩ ହଜାର ୪୧ ଜଣ ଲୋକ ଟିକାକରଣ କରିଛନ୍ତି। ୫ ଦିନରେ ୧୦ ଲକ୍ଷ ଟାର୍ଗେଟ କରାଯାଇଥିବା ବେଳେ ଏହି ସଂଖ୍ୟା ୧୧ ଲକ୍ଷ ପାର କରିଛି। ସଂକ୍ରମଣ ହାର ବଢ଼ିଚାଲିଛି ତେଣୁ ଲୋକେ ଅଧିକରୁ ଅଧିକ ଟିକା ନେବା ନେଇ ଆକୃଷ୍ଟ ହେଉଛନ୍ତି।

ହିଟୱେଭ ପାଇଁ ଆମେ ଟିକା କରଣର ସମୟ ପରିବର୍ତ୍ତନ କରିଛୁ। ସେକେଣ୍ଡ ୱେଭ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଏଥିରେ ଗୋଟିଏ ଆଶ୍ୱସ୍ତି କର କଥା ହେଉଛି ଡେଥ ରେଟ ନାହିଁ। କରୋନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇଗଲେ। କିନ୍ତୁ ଏବେ ସମୟ ଆସିଛି ଲୋକମାନେ ନିଜକୁ ସଚେତନ କରନ୍ତୁ । ଗାଇଡ଼ ଲାଇନର ଅନୁପାଳନ କରନ୍ତୁ।

Leave A Reply

Your email address will not be published.