Odisha Link
Bridging the Missing Links in Odisha

୯୦ ମତଦାତା ଦେଲେ ୧୮୧ ଭୋଟ୍, ୫ ପୋଲିଂ ଅଧିକାରୀ ନିଲମ୍ବିତ

ଗ୍ରାମର ପ୍ରଧାନ ସରକାରୀ ମତଦାତା ସୂଚୀକୁ ନମାନି ନିଜ ସୂଚୀ ଆଣିଥିଲେ

ଗୌହାଟି: ଆସାମରେ ଚାଲିଛି ବିଧାନସଭା ନିର୍ବାଚନ। ଏସବୁ ମଧ୍ୟରେ ଆସାମର ଦିମା ହସାଓ ମତଦାନ କେନ୍ଦ୍ରରୁ ଆସିଛି ବଡ଼ ଖବର। ଦିମା ହସାଓ ମତଦାନ କେନ୍ଦ୍ରରେ ଅନିୟମିତତା ହୋଇଥିବାର ଖବର ସାମ୍ନାକୁ ଆସିଛି।

ଦିମା ହସାଓ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହର ଏପ୍ରିଲ ୧ ତାରିଖରେ ହୋଇଥିଲା। ହେଲେ ସେହି ମତଦାନ କେନ୍ଦ୍ରରେ ୯୦ ଜଣ ମତଦାତାଙ୍କ ନାମ ପଞ୍ଜିକୃତ ଥିବାବେଳେ ୧୮୧ଟି ଭୋଟ୍‌ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସେହି ମତଦାନ କେନ୍ଦ୍ର ଦାୟିତ୍ବରେ ଥିବା ୫ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ସୋମବାର ଦିନ ସୂଚନା ମିଳିଛି।

ସରକାରଙ୍କ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହାଫଲୋଗ ବିଧାନସଭା କ୍ଷେତ୍ରରେ ଏହି ମତଦାନ କେନ୍ଦ୍ର ରହିଛି। ଏହି ସ୍ଥାନରେ ଏପ୍ରିଲ ୧ ତାରିଖରେ ମତଦାନ ହୋଇଥିଲା। ହାଫଲୋଙ୍ଗ ବିଧାନସଭା କ୍ଷେତ୍ରରେ ୭୪ ପ୍ରତିଶତ ମତଦାନ ହୋଇଥିଲା। ଏହିଭଳି ଖବର ସାମ୍ନାକୁ ଆସିବା ପରେ ଜିଲ୍ଲା ନିର୍ବାଚନୀ ଅଧିକାରୀ ୫ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ଏଥିସହିତ ସେହି ଅଞ୍ଚଳରେ ଦ୍ବିତୀୟ ଥର ମତଦାନ ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି।

ମତଦାନ କେନ୍ଦ୍ର ସୂଚୀରେ କେବଳ ୯୦ ଜଣ ମତଦାତାଙ୍କ ନାମ ଉଲ୍ଲେଖ ରହିଥିଲା। ହେଲେ ଇଭିଏମରେ ୧୮୧ଟି ଭୋଟ୍‌ ପଡ଼ିଥିଲା। ଜଣେ ଅଧିକାରୀ କହିଛନ୍ତି ଯେ, ଗ୍ରାମର ପ୍ରଧାନ ସରକାରୀ ମତଦାତା ସୂଚୀକୁ ନମାନି ନିଜ ସୂଚୀ ଆଣିଥିଲେ। ଏହାପରେ ଗ୍ରାମର ଲୋକମାନେ ପ୍ରଧାନ ଦେଇଥିବା ସୂଚୀ ଅନୁସାରେ ଭୋଟ୍‌ ଦେଇଥିଲେ।

Leave A Reply

Your email address will not be published.