Odisha Link
Bridging the Missing Links in Odisha

ଏଣିକି କାରରେ ଏକାକୀ ଗଲେ ବି ମାସ୍କ

ନୂଆଦିଲ୍ଲୀ: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନା। କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଣିକି କାରରେ ଜଣେ ମାତ୍ର ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବା ସହ ଏଣିକି କାରରେ ଏକାକୀ ଡ୍ରାଇଭ କରି ଗଲେ ବି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ମାସ୍କ ସୁରକ୍ଷା କବଚ ଭଳି କାମ କରିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ଦିଲ୍ଲୀରେ ରାତି ୧୦ରୁ ସକାଳ ୫ ପର୍ୟ୍ୟନ୍ତ ଦିଲ୍ଳୀରେ ନାଇଟ୍ କର୍ଫ୍ୟୁ ହେବ। ଆଗାମୀ ୩୦ ତାରିଖ ପର୍ୟ୍ୟନ୍ତ ଏହା ଜାରି ରହିବ। ଗତ କିଛି ସପ୍ତାହ ଧରି ଦିଲ୍ଲୀରେ ସଂକ୍ରମଣ ଲଗାତାର ବଢ଼ି ଚାଲିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସବୁଠୁ ଚିନ୍ତାଜନକ ହେଉଛି ଦିଲ୍ଲୀରେ ପଜିଟିଭ୍‌ ହାର ୫ ପ୍ରତିଶତ ଟପିଯାଇଛି।

Leave A Reply

Your email address will not be published.