Odisha Link
Bridging the Missing Links in Odisha

କରୋନା: ସ୍ୱତନ୍ତ୍ର ଡ୍ରାଇଭ୍ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ସ୍ତରକୁ ଛୁଇଁଛି। କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ୍ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ କରୋନାର ଦ୍ୱିତୀୟ ଲହରୀ ବୃଦ୍ଧି ପାଇବାରେ ଲାଗିଛି।

ଗତକାଲି ମୁଖ୍ୟମନ୍ତ୍ରୀ ଭିଡିଓକନଫରେନ୍ସି ମାଧ୍ୟମରେ କରୋନା ନେଇ ସମୀକ୍ଷା କରିଥିଲେ। ହସ୍ପିଟାଲଗୁଡ଼ିକରେ ସିଟ୍ ବଢ଼ାଇବା ସହ ଅକ୍ସିଜେନ ଥିବା ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦିଆଯିବ। ସତର୍କ ନହେଲେ ପରିସ୍ଥିତି ଭୟାବହ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି।

Leave A Reply

Your email address will not be published.