Odisha Link
Bridging the Missing Links in Odisha

ଯବାନଙ୍କ ମୁକ୍ତି ପାଇଁ ସର୍ତ୍ତ ରଖିଲେ ନକ୍ସଲ୍, ଜାରି କଲେ ଫଟୋ

‌ରାୟପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣ ପରେ ନିଖୋଜ ଥିବା କୋବ୍ରା ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ନକ୍ସଲ୍‌ମାନେ ଅପହରଣ କରି ନେଇଛନ୍ତି। ଏବଂ ତାଙ୍କର ମୁକ୍ତି ପାଇଁ ସେମାନେ ସର୍ତ୍ତ ମଧ୍ୟ ରଖିଛନ୍ତି। ଆଜି ନକ୍ସଲ୍‌ମାନେ ଯବାନ ରାକେଶ୍ୱରଙ୍କ ଫଟୋ ଜାରି କରିଛନ୍ତି। ମାଓବାଦୀ ମାନେ ଯବାନଙ୍କୁ ନିଜ ପାଖରେ ରଖିଥିବା ଦେଖିବାକୁ ମିଳିଛି। ଏଥିସହ ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି।

‘ସିପିଆଇ’ର (ମାଓବାଦୀ) ‘ଦଣ୍ଡକାରଣ୍ୟ ସ୍ପେସାଲ୍‌ ଜୋନାଲ୍‌ କମିଟି’ ଜାରି କରିଛି ବୋଲି କୁହାଯାଉଥିବା ଦୁଇ ପୃଷ୍ଠାସମ୍ବଳିତ ଏହି ବିବୃତିରେ ଉଲ୍ଲେଖ ଅଛି ଯେ, ଅପହୃତ ଯବାନଜଣଙ୍କ ସେମାନଙ୍କ ପାଖରେ ନିରାପଦରେ ଅଛନ୍ତି ଏବଂ ମଧ୍ୟସ୍ଥତା ପରେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯିବ।

ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉଗ୍ରପନ୍ଥୀମାନେ ସହିଦ ଯବାନଙ୍କର ୧୪ଟି ଅସ୍ତ୍ର ଏବଂ ୨୦୦୦ରୁ ଅଧିକ ଗୁଳି ଏବଂ କେତେକ ଯୋଗାଯୋଗ ଉପକରଣ ଲୁଟ୍‌ କରି ନେଇଛନ୍ତି। ଏହି ଅତର୍କିତ ଆକ୍ରମଣରେ ୪ଜଣ ନକ୍ସଲ୍‌ ପ୍ରାଣ ହରାଇଛନ୍ତି। କିନ୍ତୁ, ସେମାନେ ଗୋଟିଏ ହେଲେ ଶବ ନେଇ ପାରି ନାହାନ୍ତି।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ। ସେ କହିଛନ୍ତି ଶନିବାର ଦିନ ମାଓବାଦୀ ଆକ୍ରମଣ କରିବା ପୂର୍ବରୁ ରାକେଶ୍ୱର ଅସୁସ୍ଥ ଥିଲେ। ଆଉ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ଆରମ୍ଭ ହେବା ମାତ୍ରେ ରାକେଶ୍ୱର ବସିପଡ଼ିଥିଲେ ବୋଲି କୁଲଦୀପ କହିଥିବା ସୂଚନା ରହିଛି।

ହେଲେ ରାକେଶ୍ୱର ଆହତ ହୋଇଛନ୍ତି କି ନାହିଁ ସେ ବାବଦରେ ସ୍ପଷ୍ଟ କରି ନାହାନ୍ତି କୁଲଦୀପ। ରାକେଶ୍ୱରଙ୍କ ସହ ଜଣେ ଯବାନ ଥିଲେ ଯିଏକି ରାକେଶ ଅସୁସ୍ଥ ଥିବା ନେଇ ସୂଚନା ଦେଇଥିବା କୁଲଦୀପ କହିଛନ୍ତି।

Leave A Reply

Your email address will not be published.