Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ପୁରା ସରଗରମ। ପ୍ରମୁଖ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ଚଲାଇଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ପିପିଲି ନିର୍ବାଚନରେ ସବୁ ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି ପ୍ରରିପେକ୍ଷୀରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର। ସାଧାରଣ ସଭାରେ ଉଦବୋଧନ ଦେବେ, ଏହାଛଡା ଅନ୍ୟ କିଛି ବିଜେପିର କେନ୍ଦ୍ରୀୟ ନେତା ମଧ୍ୟ ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖରୁ ପିପିଲି – ଡେଲାଙ୍ଗ ଅଂଚଳରେ ଜୋନାଲ ରାଲି କରିବ ବିଜେପି ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.