Odisha Link
Bridging the Missing Links in Odisha

କଟକରେ ସିଲ୍ ହେଲା କୋଚିଂ ସେଣ୍ଟର

କଟକ: ପୁଣି ଅଣାୟତ୍ତ କଲାଣି କରୋନା ମହାମାରୀ। ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଏଥିସହ ପ୍ରତିଦିନ କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ କରି କୋଚିଂ ସେଣ୍ଟର ସିଲ୍‌ କରାଯାଉଛି।

ଆଜି କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କୋଚିଂ ସେଣ୍ଟର ସିଲ୍‌ କରିଛି କଟକ ମହାନଗର ନିଗମ। ସିଡିଏ ଅଫିସ ନିକଟରେ ଥିବା ମହେନ୍ଦ୍ରା କ୍ଲାସେସ୍‌କୁ ସିଲ୍‌ କରି ସିଏମ୍‌ସି।

କ୍ଲାସ୍‌ରୁମ୍‌ରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଅଭିଯୋଗରେ ସିଲ୍ ହୋଇଛି। ଆଗାମୀ ଦିନରେ ମଧ୍ୟ ସହରରେ ସିଏମସି ଓ ସିଡିଏ ପକ୍ଷରୁ ମିଳିତ ଭାବେ ଏହି ଚଢଉକୁ ଜୋରଦାର କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.