Odisha Link
Bridging the Missing Links in Odisha

ରାୟଗଡ଼ାରେ ସିଲ୍‌ ହେଲା ସିନେମା ହଲ୍

ରାୟଗଡ଼ା: ହୁ ହୁ ପଢିବାରେ ଲାଗିଛି କରୋନା ସଂକ୍ରମଣ ହାର। ଓଡ଼ିଶାରେ କରୋନା ଗ୍ରାଫ ଉପରମୁହାଁ ରହୁଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଏକ ଆଜି ରାୟଗଡ଼ାରେ ଏକ ସିନେମା ହଲକୁ ସିଲ କରାଯାଇଛି ।

ରାୟଗଡ଼ାରେ ଥିବା ଅଶୋକ ସିନେମା ହଲକୁ ସିଲ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ସିନେମା ହଲକୁ ସିଲ କରାଯାଇଛି। ରାୟଗଡ଼ା ଜିଲ୍ଲାପାଳ ଓ ଏସପି ଚଢଉ କରି ସିନେମା ହଲକୁ ସିଲ କରିଥିବା ଜଣାଯାଇଛି।କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସିନେମା ହଲରେ କରୋନା କଟକଣା କଡ଼ାକଡ଼ି ପାଳନ କରାନଗଲେ ଆଗକୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ। ଏବେ ପୁଲିସ ସ୍ପେଶିଆଲ ଡ୍ରାଇଭ ଜାରି ରଖିଥିବାବେଳେ ପ୍ରତିଦିନ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଉଛି।

Comments are closed.