Odisha Link
Bridging the Missing Links in Odisha

ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନା ସମ୍ପର୍କରେ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇପାରନ୍ତି ବୋଲି ଆଶା କରାଯାଉଛି।

ରାଜ୍ୟରେ ଏବେ ହୁ ହୁ ପଢିବାରେ ଲାଗିଛି କରୋନା ସଂକ୍ରମଣ ହାର। ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି।  ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପରିଧାନ ସହ ସଚେତନ ରହିବାକୁ କୁହାଯାଉଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି। ତେଣୁ ଆଜିର ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସଚେତନ ରହିବାକୁ କିଛି ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଉଛି।

ନିକଟରେ ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା କରିବା ସହ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧିକାରୀମାନେ ପଶ୍ଚିମ ଓଡ଼ିଶାଗସ୍ତ କରି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଅପରପକ୍ଷରେ ପୁଲିସ ମଧ୍ୟ ସ୍ପେଶିଆଲ ଡ୍ରାଇଭ ଜାରିରଖିଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ଟିକା ଦେବା ସହ ୩୦୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.