Odisha Link
Bridging the Missing Links in Odisha

କରୋନା ଡର: ଗଞ୍ଜାମରେ ପର୍ଯ୍ୟଟକଙ୍କ ପାଇଁ ନୂଆ କଟକଣା

ଭୁବନେଶ୍ବର: ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏଥିସହ ରାଜ୍ୟରେ ମଧ୍ୟ କରୋନା ଗ୍ରାଫ୍‌ ଉପରମୁହାଁ ରହୁଛି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ନୂଆ କଟକଣା ଜାରି କରିଛନ୍ତି।

କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସପ୍ତାହର ନିର୍ଦ୍ଧିଷ୍ଟ ଦିନରେ ପର୍ଯ୍ୟଟନ କ୍ଷେତ୍ର ଓ ଶକ୍ତିପୀଠକୁ ବନ୍ଦ ରଖିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି।ଏଣିକି ପ୍ରତି ଶନିବାର ଓ ରବିବାର ଗୋପାଳପୁର ଓ ସୁନାପୁର ବିଚ ବନ୍ଦ ରହିବ । ସେହିପରି ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଅପରପକ୍ଷରେ ପ୍ରତି ବୁଧବାର ମା’ ତାରାତାରିଣୀ ମନ୍ଦିର ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁରବାସୀ ଓ ପର୍ଯ୍ୟଟକମାନେ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Leave A Reply

Your email address will not be published.