Odisha Link
Bridging the Missing Links in Odisha

ଅପ୍ରେଲ୍ ୧୧ରେ ଇଗ୍ନୋ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅପ୍ରେଲ୍‌ ୧୧ ତାରିଖରେ ଇଗ୍ନୋ ପ୍ରବେଶିକା ପରୀକ୍ଷା। ବିଏଡ, ପୋଷ୍ଟ ବେସିକ ବିଏସସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱା ବିଦ୍ୟାଳୟ (ଇଗ୍ନୋ)ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏହି ପରୀକ୍ଷା ପାଇଁ ୧୨୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୋଟ ୪୦ ହଜାର ୧୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ହଲ ଟିକେଟ ବିଶ୍ୱବିଦ୍ୟାଳୟ ୱେବସାଇଟ www.ignou.ac.inରେ ଅପଲୋଡ କରିବାରିବେ। ପ୍ରାର୍ଥୀମାନେ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାର ୪୫ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବା ବାଧ୍ୟତାମୂଳକ।

କଣ୍ଟ୍ରୋଲ ନମ୍ବର କିମ୍ବା ମୋବାଇଲ ନମ୍ବର ଦେଇ ପ୍ରାର୍ଥୀମାନେ ହଲ ଟିକେଟ ଡାଉନଲୋଡ କରିପାରିବେ। ହଲ ଟିକେଟ ଡାଉନଲୋଡରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ଆଞ୍ଚଳିକ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ଆଞ୍ଚଳିକ କେନ୍ଦ୍ରରୁ ହଲ ଟିକେଟର ଏକ ପି୍ରଣ୍ଟ ପାଇପାରିବେ।

Leave A Reply

Your email address will not be published.