Odisha Link
Bridging the Missing Links in Odisha

ବିଶ୍ବବିଦ୍ୟାଳୟରେ ପରିଣତ ହେଲା ‘ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟ’, ୨୮ରୁ ହେବ କାର୍ଯ୍ୟକାରୀ

୨୮ ତାରିଖରେ ଏହା ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ରହିଛି

ଭୁବନେଶ୍ବର: ଆଇନ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଜଣାଶୁଣା ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟ ଏବେ ମଧୁସୂଦନ ବିଶ୍ବ ବିଦ୍ୟାଳୟରେ ପରିଣତ ହୋଇଛି। ଆସନ୍ତା ୨୮ ତାରିଖରେ ଏହା ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ରହିଛି।

ଏଣିକି ମଧୂସୁଦନ ଆଇନ୍‌ ବିଶ୍ବବିଦ୍ୟାଳୟ ଅଧୀନରେ କେବଳ ସ୍ବଂୟଶାସିତ ନୁହେଁ, ସମସ୍ତ ଆଇନ ମହାବିଦ୍ୟାଳୟ ଅନ୍ତର୍ଭୁକ୍ତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଏପ୍ରିଲ ୨୮ ତାରିଖ ଠାରୁ କାର୍ଯ୍ୟକାରୀ ହେବ।

ସୂଚନାଥାଉକି, ୧୯୮୯ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନର ଧାରା ୩୨ର ଉପଧାରା (୩)ରେ ଦିଆଯାଇଥିବା କ୍ଷମତା ଅନୁସାରେ ରାଜ୍ୟ ସରକାର କଟକସ୍ଥିତ ମଧୁସୂଦନ ଲ’ କଲେଜକୁ ଉନ୍ନୀତ(ଅପଗ୍ରେଡ୍‌) କରି ‘ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ’ରେ ପରିଣତ କରିଛନ୍ତି।

Leave A Reply

Your email address will not be published.