Odisha Link
Bridging the Missing Links in Odisha

ମୋଦୀ ଟିକା ନେଲେ ଲେଖାଶ୍ରୀ !

ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଲେ ଲେଖାଶ୍ରୀ

ଭୁବନେଶ୍ବର: କରୋନା ମାମଲା ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ କରୋନା ଟିକା ପ୍ରକ୍ରିୟାକୁ ମଧ୍ୟ ଅଧିକ ଫୋକସ୍‌ ଦେଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରକିଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି। ଏହାରି ମଧ୍ୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି।

ଲେଖାଶ୍ରୀ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି ଯେ, କୋଭିଡର ମୁଳୋତ୍ପାଟନ ପାଇଁ ମୋଦୀ ଟିକାର ପ୍ରଥମ ଡୋଜ ନେଲି। ଆସନ୍ତୁ ସମସ୍ତେ ମିଶି ଏଇ ମହାମାରୀକୁ ବିଶ୍ୱରୁ ଦୂର କରିବା। ଲେଖାଶ୍ରୀଙ୍କ ଏଭଳି କ୍ୟାପସନ୍‌ ଦେଖି ସୋସିଆଲ ମିଡିଆ ୟୁଜର ମାନେ ଲେଖାଶ୍ରୀଙ୍କୁ ଟ୍ରୋଲ କରିଛନ୍ତି।

ଏପରିକି କିଛି ୟୁଜର୍ସ କୋଭିଡ ଟିକା କେବେ ଠୁ ମୋଦୀ ଟିକା ହେଲା ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। କୋଭିଡ ମହାମାରୀ ଏକ ସମ୍ବେଦନଶୀଳ ପ୍ରସଙ୍ଗ। କୋଭିଡ ଟିକାର ଅଭାବ ଦେଶରେ ଦେଖା ଦେଲାଣି। ଏଭଳି ସମୟରେ ଲେଖାଶ୍ରୀଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କିଛି ସୋସିଆଲ ମିଡିଆ ୟୁଜର ମାନେ ମତ ରଖିଛନ୍ତି।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୪୮ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୦୦୩ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୯ ହଜାର ୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୯୩ ଲକ୍ଷ ୩୮ ହଜାର ୭୦୮ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.