Odisha Link
Bridging the Missing Links in Odisha

ଆଜିଠୁ ସାରା ଦେଶରେ ଟିକା ଉତ୍ସବ

କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଇଛି।

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ। ଏହି ଉତ୍ସବ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ସବର ଆୟୋଜନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଥିଲେ। ଉତ୍ସବରେ ଯୋଗଦେବାକୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି । ସାରା ଦେଶରେ ୪ ଦିନିଆ ‘ଟିକା ଉତ୍ସବ’ ପାଳନ ହେବ ଏବଂ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଯିବ।

ଓଡ଼ିଶା ପାଖରେ ଏବେ ୩ ଲକ୍ଷ ୩୦ ହଜାର ଟିକା ରହିଛି । ଦୈନିକ ୩ ଲକ୍ଷ ଟିକା କରଣ ପାଇଁ ରାଜ୍ୟ ପ୍ରସ୍ତୁତ ହୋଇଛି । କେନ୍ଦ୍ରକୁ ୨୫ ଲକ୍ଷ ଟିକା ମଗାଯାଇଥିବା ବେଳେ ଗତ କାଲି ପହଞ୍ଚିଛି ମାତ୍ର ଅଢେଇ ଲକ୍ଷ ଟିକା । ଅପରପକ୍ଷେ ରାଜ୍ୟକୁଏପର୍ଯ୍ୟନ୍ତ ୪୨ ଲକ୍ଷ ୭୧ ହାଜାର ୮୭୦ କୋଭିସିଲ୍ଡ ଟିକା ଏବଂ ୩ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା ଆସିଛି ।

Leave A Reply

Your email address will not be published.